କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁ ବସଷ୍ଟାଣ୍ଡ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଆଇଛି । ମୃତ ଯୁବକଜଣକ ହେଲେ ଭାଲୁମୁଣ୍ଡା ଗାଁର ଲାଲମନ କୈବର୍ତ । ବଙ୍ଗୋମୁଣ୍ଡା ପୁଲିସ ଘଟଣାର ଖବର ପାଇବା ପରେ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରି ଦେଇଛି ।
ମୃତ ଲାଲମନ କୈବର୍ତଙ୍କ ବଡ଼ ଭାଇ ଅଭିଯୋଗ ଅନୁସାରେ ବସ ଷ୍ଟାଣ୍ଡ ପାଖରେ ତାଙ୍କ ଭାଇ ସହ କାହାର ଗଣ୍ଡଗୋଳ ହେଉଥିବା ଖବର ପାଇଥିଲେ । ତେବେ ସେ ପହଞ୍ଚିବା ବେଳକୁ କୈବର୍ତଙ୍କ ମୃତ୍ୟୁ ହୋଇସାରିଥିଲା। ତେଣୁ ସେ ତାଙ୍କ ଭାଇକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ବଙ୍ଗୋମୁଣ୍ଡା ପୁଲିସ ଶବ ଜବତ କରି ତନାଘନା ଆରମ୍ଭ କରିଦେଇଛି । ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି ।