ଭୁବନେଶ୍ବର: ରାଜଧାନୀରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭୁବନେଶ୍ୱରର ଡୁମଡୁମା ଅଞ୍ଚଳରୁ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କର ପାଟି, ହାତ ଗୋଡ଼ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏକ ପିଜୁଳି ଗଛର ନାବାଳିକାଙ୍କର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ଖଣ୍ଡଗିରି ପୁଲିସ ।
ପିଜୁଳି ଗଛ ପାଖରେ ମୃତ ଛାତ୍ରୀଙ୍କ କ୍ଲିପ୍ ଓ ଚପଲ ପଡ଼ିରହିଥିବା ବେଳେ ଗାମୁଛାରେ ହାତ ଓ ଗୋଡ଼କୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଚଳାଇଛି ।

Advertisment

publive-image image source-telegraphindia.com

ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାରୁ ପୁଲିସ ପରିବାର ଲୋକଙ୍କ ଉପରେ ମଧ୍ୟ ସନ୍ଦେହ କରୁଛି । ଗତ କାଲି ବିଳମ୍ବିତ ରାତିରେ ବାହାର ପଟୁ ଘରର ତାଲା ପକାଇ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ସେପଟେ ନାବାଳିକା ନିକଟସ୍ଥ ସଙ୍ଗୀତ କେନ୍ଦ୍ରକୁ ଗୀତ ଶିଖିବାକୁ ଯାଉଥିବାରୁ ମୃତ୍ୟୁ ପଛରେ ପ୍ରେମ ସଂପର୍କ ଥିବା ଅନୁମାନ କରାଯାଉଛି । କିନ୍ତୁ ଏହାର ଠୋସ୍ ପ୍ରମାଣ ଏଯାଏଁ ମିଳି ନାହିଁ।

ଖଣ୍ଡଗିରି ପୁଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।