ରେଳ ଧାରଣାରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ସକାଳେ ରାଜମହଲ ଓଭରବ୍ରିଜ୍ ତଳେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି | ମୃତକଙ୍କ ବୟସ ୪୦ରୁ ୪୫ ଭିତରେ ହେବ ବୋଲି ଜଣାପଡ଼ିଛି | ପାରିପାର୍ଶ୍ବିକ ପରିସ୍ଥିତିରୁ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି | ବ୍ୟକ୍ତିଜଣଙ୍କ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ପୁଲିସ ଅନୁମାନ କରୁଛି | ଏ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି |

ଏ ସଂକ୍ରାନ୍ତରେ ଜିଆରପି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ ପଠାଇଛି ପୁଲିସ୍।

ସମ୍ବନ୍ଧିତ ଖବର