ଇବ୍ ନଦୀପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଟାଙ୍ଗରପାଲି: ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀପଠାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିଲା। ଆଜି ସକାଳୁ ପାଣି ଭିତରୁ ହାତର କିଛି ଅଂଶ ଓ ଆଉ ଏକ ଗୋଡ଼ ମିଳିଛି।

image source: twitter

ମୃତକ ତଳସରା ଥାନା ଅଞ୍ଚଳର ଦୁର୍ଗା ମାଝୀ(୩୧) ବୋଲି ଜଣାପଡ଼ିଛି। ସେ ଖତବଡେଗା ମଝାପଡ଼ାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। କିଏ ଓ କାହିଁକି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ସୁନ୍ଦରଗଡ଼ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର