ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଭଳି ସ୍ଥିତିରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆଜି ଯାନବାହନ ଲାଗି ଆବଶ୍ୟକ ପ୍ରଦୂଷଣ ପ୍ରମାଣପତ୍ର ପାଇବା ପାଇଁ ନିୟମକୁ କୋହଳ କରିଦେଇଛନ୍ତି ।
ଏକ ନିର୍ଦ୍ଦେଶନାମାରେ ଓଡ଼ିଶା ପରିବହନ କର୍ତ୍ତୃପକ୍ଷ କହିଛନ୍ତି, ଲକଡାଉନ ଯୋଗୁଁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ମାର୍ଚ୍ଚ ୨୨ରେ ଅବଧି ଶେଷ ହୋଇଯାଇଥିବା ପ୍ରଦୂଷଣ ପ୍ରମାଣପତ୍ରଗୁଡ଼ିକ ୨୦୨୦ ଜୁନ ୩୦ ଯାଏଁ ବୈଧ ରହିବ । ସେହିପରି ରାଜ୍ୟ ଭିତରେ ଚଳାଚଳ କରୁଥିବା ଗାଡ଼ି ଓ ଅନ୍ତଃ ରାଜ୍ୟ ମଧ୍ୟରେ ଚଳାଚଳ ଗାଡ଼ିଗୁଡ଼ିକର ପ୍ରଦୂଷଣ ପ୍ରମାଣପତ୍ର ମିଆଦ ୨୦୨୦ ମାର୍ଚ୍ଚ ୨୨ରେ ସରିଯାଇଥିଲେ ବି ୨୦୨୦ ଜୁନ ୩୦ ଯାଏଁ ବୈଧ ଧରାଯିବ ।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଫ୍ୟାନ୍ସି/ପସନ୍ଦ ପଞ୍ଜୀକରଣ ନମ୍ବର ୨୦୨୦ ଫେବ୍ରୁଆରି ୧ରୁ ବୁକ ହୋଇଥିଲେ ଏହାକୁ ୨୦୨୦ ଜୁନ ୩୦ ଭାବରେ ଗ୍ରହଣ କରାଯିବ । ମାର୍ଚ୍ଚ ୨୨ରେ ବୈଧ ଶେଷ ହୋଇଥିବା ବିଏସ-୪ ଗାଡ଼ିର ପଞ୍ଜୀକରଣ ଜୁନ ୩୦ ଯାଏଁ ବୈଧ ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/PUC.jpg)