ସହରାଞ୍ଚଳରେ ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ସର୍ବକ୍ଷମା ଯୋଜନାର ଅବଧି ସରିଲା

ଭୁବନେଶ୍ବର : ରାଜ୍ୟର ୯ଟି ସହରାଞ୍ଚଳରେ ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୨୦, ୨୦୧୮ରେ ଆରମ୍ଭ ହୋଇଥିବା ସର୍ବକ୍ଷମା ଯୋଜନା ଅବଧି ଆଜି ଶେଷ ହୋଇଛି। ତିନି ଥର ସର୍ବକ୍ଷମା ଅବଧି ବଢ଼ିବା ସହ ଜରିମାନା ଫି’ କମାଇବା ପରେ ବି ଆଶାନୁରୂପ ଆବେଦନ ହୋଇନି। ତେଣୁ ଏବେ ଆଉ ସର୍ବକ୍ଷମା ଅବଧି ନବଢ଼ାଇବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ସର୍ବକ୍ଷମା ଯୋଜନା ଆରମ୍ଭ ହେବାର ୨୦ମାସ ମଧ୍ୟରେ ପ୍ରାୟ ୧୦ହଜାର ଲୋକ ସାରା ଓଡ଼ିଶାରେ ଆବେଦନ କରିଥିବାବେଳେ ଭୁବନେଶ୍ବରରେ କେବଳ ୮ହଜାର ଲୋକ ଆବେଦନ କରିଛନ୍ତି। ଏହି ଆବେଦନଗୁଡ଼ିକ ଉପରେ ବିଚାର କରି ଯଥା ସମ୍ଭବ ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହାସହ ଯେଉଁ ବେଆଇନ ନିର୍ମାଣକାରୀମାନେ ସର୍ବକ୍ଷମାରେ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି। ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତିି ହୋଇଛି। ଆଜି ପଟିଆ ବିଗ୍‌ବଜାର ସିଲ୍‌ ହୋଇଥିବାବେଳେ ଆଗାମୀ ଦିନରେ ବିଭିନ୍ନ ସପିଂ ମଲ୍‌, ସିନେମା ହଲ୍, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ଡକୁମେଣ୍ଟ ଯାଞ୍ଚ କରାଯିବ। ‌ଯିଏ ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଏର ଜଣେ ବର‌ିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର