ତିହିଡି ବ୍ଲକର ହିତାଧିକାରୀଙ୍କ ଚାଉଳ ଖାଉଛି ଡିଲର

କିରୋସିନି କଳାବଜାରରେ ବିକ୍ରୀ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଯୋଗାଣ ବିଭାଗ ବ୍ୟାପକ ଦୁର୍ନୀତିରେ ବୁଡି ରହିଥିବା ବେଳେ ତିହିଡି ବ୍ଲକର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଛି। ଏଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରୁ ଆଜି ଉପଜିଲ୍ଲାପାଳଙ୍କୁ ନିକଟକୁ ଆସିଛି ଏମିତି ଅଭିଯୋଗ। ହିତାଧିକାରୀଙ୍କ ଚାଉଳ ଓ କିରୋସିନିକୁ ଲୁଟି ନେଉଛନ୍ତି ଡିଲର। ହିତାଧିକାରୀଙ୍କ ନାମରେ ଆସୁଥିବା ଚାଉଳକୁ ଡିଲର ବାବୁ ଚଳୁ କରି ଦେଉଥିବା ବେଳେ ହିତାଧିକାରୀ ଏହାର ଅଭିଯୋଗ ଉପଜିଲ୍ଲାପାଳଙ୍କ ନିକଟରେ ଉଠାଇଛନ୍ତି। ଗୋବିନ୍ଦପୁରର ହିତାଧିକାରୀ ସୁଲଚନା ମାଝୀଙ୍କର ୧୨ ମାସର ଅନ୍ତୋଦ୍ୟୋୟ ଚାଉଳ ଡିଲର ହଡପ କରିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଏଇ ଗ୍ରାମର ଲୋକମାନଙ୍କର କିରୋସିନି କୋଟାକୁ ମଧ୍ୟ ଲୋକଙ୍କୁ ଦିଆଯାଉ ନାହିଁ। ଏହାର ପ୍ରତିବାଦ କରି ଲୋକମାନେ ଅତୀତରେ ଭଦ୍ରକ ସିଏସଓଙ୍କୁ ଦାବିପ୍ରତ ଦେଇଥିବା ବେଳେ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର