ଝାରସୁଗୁଡ଼ାରେ ନକଲି ଔଷଧ କାରବାର

ଝାରସୁଗୁଡ଼ାରେ ନକଲି ଔଷଧ କାରବାର

HealthyWomen

ଝାରସୁଗୁଡ଼ା: ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡ଼ର ବିକାଶ ଆଣ୍ଡ କ‌ୋ.ରୁ ନକଲି ଔଷଧ ସନ୍ଦେହରେ ଜବତ ହୋଇଥିବା ୧ ଲକ୍ଷ ୭୦ ହଜାର ଟଙ୍କାର ଔଷଧର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଥିଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଝାରସୁଗୁଡ଼ା ଅଞ୍ଚଳରେ ନକଲି ଔଷଧକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବୁଧବାର ଏହି ନକଲି ଔଷଧ କାରବାର ସଂପର୍କରେ ଭୁବନେଶ୍ବରଠାରୁ ଆସିଥିବା ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଟିମ୍‌  ଅମିତ ମେଡିକାଲ ଏଜେନ୍ସିର ମାଲିକ ଅମିତ ସରାୱଗୀଙ୍କୁ ପଚରାଉଚୁରା କରିବା ସହିତ ତାଙ୍କଠାରୁ ଜବତ ହୋଇଥିବା ଔଷଧର ବିଲ୍‌ ଭାଉଚର ଜବତ କରିଛନ୍ତି।

ଏହି ଟିମ୍‌ର ସଦସ୍ୟ ଓ ଡ୍ରଗ୍‌ସ ଇନ୍‌ସପେକ୍ଟର ଏ ନେଇ ଟାଉନ ଥାନାରେ ପହଞ୍ଚିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ରାତି ୯ଟା ସୁଦ୍ଧା କୌଣସି ଏତଲା ହୋଇନଥିବା ବେଳେ ସେମାନେ ଥାନାରେ ଉପସ୍ଥିତ ଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି। ଏ ସଂପର୍କରେ  ଜିଲ୍ଲାପାଳ ସରୋଜ ସାମଲ ଔଷଧ ନକଲି ବୋଲି ପ୍ରମାଣ ମିଳିବା ପରେ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ଦାୟାର କରାଯିବ ବୋଲି ସୂଚନା ଦେଇଥିଲେ। ଝାରସୁଗୁଡ଼ାରେ ନକଲି ଔଷଧ ଦୀର୍ଘ ବର୍ଷରୁ କାୟା ବିସ୍ତାର କରି ଚାଲିଛି। ଗତ କିଛି ମାସ ପୂର୍ବରୁ ଏଠାରେ ଜବତ ହୋଇଥିବା ଔଷଧ ନକଲି ବୋଲି ପ୍ରମାଣ ମିଳିଥିବା ବେଳେ ଏହା ଉତ୍ତରପ୍ରଦେଶର ବାରାଣାସୀରୁ ଆସିଥିବା ନେଇ ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe