ପଦ୍ମପୁର: ପଦ୍ମପୁର ଓକିଲ ସଂଘ ଆହ୍ବାନ କ୍ରମେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ସଂଘ, ରାଜନୈତିକ ଦଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ନେଇ ଓକିଲ ସଂଘ କାର୍ଯ୍ୟାଳୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ତୀବ୍ର କରିବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଓକିଲ ସଂଘ ନେତୃତ୍ୱରେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା।
ଶନିବାର ସକାଳ ୧୦ଟାରେ ଉପରୋକ୍ତ ଦାବି ନେଇ ପଦ୍ମପୁରରେ ଏକ ଶୋଭାଯାତ୍ରା କରାଯିବ। ସେଥିରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ଜନପ୍ରତିନିଧି, ଜନସାଧାରଣ ଯୋଗ ଦେଇ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଆନ୍ଦୋଳନକୁ ବ୍ୟାପକ କରି ପ୍ରତିଦିନ କଚେରି ପରିସର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଗଣଧାରଣା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଓକିଲ ସଂଘ ସଭାପତି ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/36-6.jpg)