ଫୁଲବାଣୀ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସମାର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଆଜି କଂଗ୍ରେସ ପକ୍ଷରୁ ଫୁଲବାଣୀଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଆଇସିସି ସଭ୍ୟ ତଥା ଶ୍ରମିକ ନେତା ଘନ କୁମାର ଶବରଙ୍କ ଆବାହକତ୍ବରେ ଅନୁଷ୍ଠିତ ଶ୍ରାଦ୍ଧ ଉତ୍ସବରେ ଦଳୀୟ ନେତା ଜାନକୀ ବାବୁଙ୍କ ସ୍ମୃତିଚାରଣ କରିବା ସହ ଓଡିଶାକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଜାନକୀ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡିଶା ବିକାଶ ଆରମ୍ଭ ହୋଇଥିଲା। ସେ ଥିଲେ ଆଧୁନିକ ଓଡିଶାର ନିର୍ମାତା ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ କରୋନା କଟକଣା ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। ଦଳର ବରିଷ୍ଠ ନେତା ହେମନ୍ତ କୁମାର କର, ସଂସାର ଭୋଇ, ଯୁବନେତା ବଳଦେବ ବେହେରା, ଗୌରଚରଣ ବେହେରା, ଶିବଶଙ୍କର ବେହେରା, ପ୍ରେମଚାନ୍ଦ ତ୍ରିପାଠୀ, ମନୋଜ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ରହି ଜାନକୀବାବୁ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ କନ୍ଧମାଳ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ଗରୀବ ଲୋକଙ୍କୁ ସାହାଯ୍ୟ ଓ ସଚେତନ କରିବା ନିମନ୍ତେ ଶ୍ରୀ ଶବର ସମସ୍ତଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/plbapl21-congress-janaki-babu.jpg)