ଆଜି ଶ୍ରାଦ୍ଧବାର୍ଷିକୀ : ରାଇଘର ଜମି ଆନ୍ଦୋଳନର ପୁରୋଧା ଜଗବନ୍ଧୁ

ଉମରକୋଟ/ଜୟପୁର : ସେଦିନ ଥିଲା ୨୪ସେପ୍ଟେମ୍ବର ୨୦୧୧ ମସିହା। ସମୟ ପ୍ରାୟ ଅପରାହ୍ନ ଗୋଟାଏ ହେବ। ଗୋନା ହାଟପଦାରେ ନକ୍ସଲଙ୍କ ଗୁଳିରେ ଟଳି ପଡ଼ିଥିଲେ ତତ୍କାଳୀନ ଉମରକୋଟ ବିଧାୟକ ଜଗବନ୍ଧୁ ମାଝୀ। ସହିଦ ହୋଇଥିଲେ ବିଧାୟକଙ୍କ ସୁରକ୍ଷା କର୍ମୀ ପ୍ରଶାନ୍ତ ପାତ୍ର। ସେହିପରି ପଟ୍ଟା ନେବାକୁ ଆସିଥିବା ନିରୀହ ଗ୍ରାମବାସୀ ରାମଦାସ ଗଣ୍ଡ ଗୁରୁତର ଆହତ ହୋଇଥିଲେ। ଦିନ ଦ୍ୱିପ୍ରହରରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ନକ୍ସଲଙ୍କ ଏହି ବର୍ବରକାଣ୍ଡ କାଣ୍ଡ ରାଇଘରରୁ ରାଜଧାନୀ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଚଳିତ କରିବା ସହ ସ୍ତବ୍ଧ କରି ଦେଇଥିଲା।

ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଜଗବନ୍ଧୁ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ମୂଳ ବାସିନ୍ଦା ହୋଇଥିଲେ ବି ରାଇଘର ବ୍ଲକକୁ ନିଜ କର୍ମଭୂମି ଭାବେ ବାଛିଥିଲେ। ଜମି ଆନ୍ଦୋଳନର ନେତୃତ୍ୱ ନେଇ ଜିଲ୍ଲାର ଜଣେ ଦକ୍ଷ ସଂଗଠକ ଏବଂ ବଚକ୍ଷଣ ଆଦିବାସୀ ନେତା ଭାବେ ଉଭା ହୋଇଥିଲେ। ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେବା ସେହି ସମୟରେ ନବରଙ୍ଗପୁର ଜିଲ୍ଲା ରାଜନୀତିରେ ବେଶ୍‌ ଚର୍ଚ୍ଚାର ବିଷୟ ଥିଲା। ଏହାପରେ ପ୍ରଥମ ନିର୍ବାଚନରେ ହିଁ ଉମରକୋଟ ବିଧାନସଭା ଆସନରୁ ୧୫ହଜାରରୁ ଊର୍ଧ୍ୱ ଭୋଟ ବ୍ୟବଧାନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଧାୟକ ହେବାର ମାତ୍ର ଅଢ଼େଇ ବର୍ଷ ପରେ ଏହି ଯୁବ ଆଦିବାସୀ ନେତାଙ୍କୁ ମାଓବାଦୀ ସଂଗଠନର ମେନପୁର ଡିଭିଜନ କମିଟି କମାଣ୍ଡାର ଜାନି ସଲାମଙ୍କ ନେତୃତ୍ୱରେ ଯୋଜନାବଦ୍ଧ ଭାବେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର