ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ଗୋଡ଼ଫୁଲା ପଞ୍ଚାୟତ ଜୁନାନି ଗାଁର ବାଜେ ବିଭାର(୪୨)।
ପରିବାର ତରଫରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ନୂଆପଡ଼ା ସଦର ଥାନା ଗୋଡ଼ଫୁଲା ପଞ୍ଚାୟତ ଜୁନାନି ଗାଁର ବାଜେ ବିଭାର(୪୨)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବାଜେ ବିଭାର ଗତକାଲି ଅପରାହ୍ଣ ୨ଟା ସମୟରେ ଗାଁ ପାଖ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ। ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କଲେ ହେଲେ ପାଇଲେନି। ଆଜି ସକାଳୁ ଲୋକମାନେ ଜଙ୍ଗଲ ଯିବା ସମୟରେ ଯୁନାନୀ ଗାଁର ଡ଼. ଅନିଲ କୁମାର ନାୟକଙ୍କ ଜମିରେ ଥିବା ନଳକୂପ ପାଖରେ ବାଜେ ବିଭାରଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ବର୍ତ୍ତମାନ ସାରା ରାଜ୍ୟରେ ଖରାର ପ୍ରକୋପ ବଢ଼ି ଚାଲିଥିବାରୁ ପରିବାର ତରଫରୁ ଏହା ଏକ ଅଂଶୁଘାତଜନିତ ମୃତ୍ୟୁ ବୋଲି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସଦର ଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/2f2a588d-c7c6-4c3c-abe1-44108233a4b7.jpg)