ରାଜ୍ୟରେ ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ: ମୃତକଙ୍କ ସଂଖ୍ୟା ୧୯୩୫ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ୬୦ ବର୍ଷୀୟା ମହିଳା ଓ ଆରଜଣକ କେନ୍ଦୁଝରରୁ ଜଣେ ୭୦ ବର୍ଷିୟ ସଂକ୍ରମିତ। ମହିଳାଜଣକ ଆନିମିଆ ଓ ସେପ୍ଟିସେମିଆରେ ପୀଡ଼ିତା ଥିଲେ ବୋଲି ସୂଚନା ରହିଛି।

ଏହାଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୯୩୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର