ଚୋରା ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ

ପାଲଲହଡ଼ା: ଚୋରା ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ। ଏ ନେଇ ଖବର ମିଳିବା ପ‌ରେ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଓ ବିଦ୍ୟୁତ୍ ବିଭାଗ ତଦନ୍ତ ଆରମ୍ଭ କରିଛି। ପାଲଲହଡ଼ା ଟାଉନ୍ ମଲ୍ୟଗିରି ମହାବିଦ୍ୟାଳୟ ପଛପଟେ ଏକ ଖୋଲା ପଡିଆରେ ପାଲଲହଡ଼ା ଟାଉନ୍ ମହାନ୍ତ ସାହିର ଗୁଲୁ ମହାନ୍ତ (୩୩)ଙ୍କ ମୃତ ଦେହ ପଡ଼ିଥିବାର ଦେଖା ଯାଇଥିଲା। ବିଦ୍ୟୁତ୍ ସଂପର୍ଶରେ ଆସି ଗୁଲୁର ଶରୀର ସଂପୁର୍ଣ୍ଣ ଭାବେ ପୋଡ଼ିଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ।

ସୂଚନା ମୁତାବକ, ଗୁଲୁ ମହାନ୍ତ ଖୋଲା ପଡ଼ିଆରେ ପନିପରିବା ଚାଷ କରିବା ପାଇଁ ମଟର ଯୋଗେ ପାଣି ଚଳାଇବା ପାଇଁ ଯାଇଥିଲେ। ଏ ନେଇ ମଲ୍ୟଗିରି ମହାବିଦ୍ୟାଳୟର ଏକ ଶ୍ରେଣୀ ଗୃହରୁ କଭର୍ ତାର ସହ ଏକ ଖୋଲା ଯିଆଇ ତାର ଯୋଗେ ଜଙ୍ଗଲ ଭିତରେ ଚୋରାରେ ବିଦ୍ୟୁତ୍ ଲାଇନ୍ ନେଇ ଥିଲେ ଗୁଲୁ । ଗତକାଲି ରାତିରେ ଖୋଲା ଜିଆଇ ତାରରେ ବିଦ୍ୟୁତ୍ କରେଣ୍ଟ ଥିବା ବେଳେ ଏହି ଚୋରା ଲାଇନ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ପୁଲିସ ସନ୍ଦେହ କରୁଛି। ଖବର ପାଇ ପାଲଲହଡ଼ା ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ପାଲଲହଡ଼ା ବିଦ୍ୟୁତ୍ ସେଶୁ ବିଭାଗର ସହକାରୀ ଯନ୍ତ୍ରୀ ଅଖୟ କୁମାର୍ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର