ଗଜପତି: ରାଜ୍ୟରେ ପୁଣି ଦାଦନ ଦୁଃଖ ଘଟିଛି। ମୁମ୍ବାଇରେ ଦାଦନ ଖଟିବାକୁ ଯାଇ ଗଜପତି ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜୟ ସିଂ। ଅଜୟ ମାସକ ତଳେ ମୁମ୍ବାଇ ଯାଇଥିଲେ। ହେଲେ ବୁଧବାର ସକାଳେ ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ୍ ଜବତ କରିଛି।
ତେବେ କେଉଁ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଗରିବ ପରିବାର ପାଖରେ ପୁଅର ମୃତଦେହକୁ ଘରକୁ ଆଣିବାକୁ ସମ୍ବଳ ନାହିଁ। ତେଣୁ ମୃତଦେହକୁ ଆଣିବାକୁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ମୃତ ଶ୍ରମିକଙ୍କ ମା’ଆକୁଳ ନିବେଦନ କରିଛନ୍ତି ।
ମୃତ ଶ୍ରମିକଙ୍କ ମା’ କହିଛନ୍ତି, ପେଟ ପାଟଣା ପାଇଁ ମୋ ପୁଅ ବାହାରକୁ କାମ ପାଇଁ ଯାଇଥିଲା। ମୋ ପୁଅର ମୃତଦେହ ଘରକୁ ଫେରାଇ ଆଣନ୍ତୁ।
ସୂଚନା ଅନୁସାରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଗରଡ଼ମା ଗାଁର ଅଜୟ ମାସକ ତଳେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ଗତକାଲି ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ୍ ଜବତ କରିଛି। ତେବେ କେଉଁ ଅବସ୍ଥାରେ ଅଜୟଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଅଜୟଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/12-9.jpg)