ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଆଠମଲ୍ଲିକ : ଆଠମଲ୍ଲିକ ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଉଛନ୍ତି କିଶୋରନଗର ଥାନା ଅଙ୍ଗପଡ଼ା ହରିଜନ ସାହିର ସୁମନ ଦେହୁରୀ (୨୬)) l ସେ ଏକ ହତ୍ୟା ମାମଲାରେ ଗତ ବର୍ଷ ସେପ୍ଟେମ୍ବର ୯ ତ‌ାରିଖରୁ ଉପକାରାଗାରରେ ରହିଥିଲେ।

ଜେଲ୍‌ ଅଧୀକ୍ଷକ ସମରେନ୍ଦ୍ର ଦେହୁରୀଙ୍କ ସୂଚନା ମୁତାବକ, ସୁମନ ଅନ୍ୟଦିନ ପରି ରବିବାର ଖାଇସାରି ଟିଭି ଦେଖୁଥିଲେ। ଅପରାହ୍ଣ ୪ଟାବେଳେ ସେ ଅସୁସ୍ଥ ହୋଇପଡ଼ିଥିବା ଅନ୍ୟ କଏଦୀଙ୍କଠାରୁ ଖବର ପାଇ ଜେଲ୍‌ ୱାର୍ଡ଼ର ତାଙ୍କ ପାଖକୁ ଯାଇଥିଲେ। ତାଙ୍କୁ ଡାକିବାରୁ ସୁମନ କିଛି କହିନଥିଲେ। ଏହାପରେ ଅପରାହ୍ଣ ୪ଟା ୧୦ରେ ସୁମନଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ରିପୋର୍ଟ ଲେଖାହେବା ସୁଦ୍ଧା(ରାତି ୯ଟା) ସୁମନଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ପହଞ୍ଚିନଥିଲେ। ମୃତଦେହ ଡାକ୍ତରଖା‌ନାରେ ରହିଛି।

ସମ୍ବନ୍ଧିତ ଖବର