ଅଭିନେତା ସତ୍ୟଜିତଙ୍କ ପରଲୋକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆଶ୍ରମପଡ଼ାର ଆଲବମ୍‌ ଅଭିନେତା ସତ୍ୟଜିତ ପୁରୋହିତ(୩୭ ବର୍ଷ)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବାବେଳେ ରାସ୍ତାରେ ହିଁ ତାଙ୍କର ବିୟୋଗ ଘଟିଛି। ସ୍ଥାନୀୟ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କର ବିୟୋଗରେ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସତ୍ୟଜିତ ଅନେକ ଓଡ଼ିଆ, ସମ୍ବଲପୁରୀ, ଛତିଶଗଡ଼ୀ ଆଲବମରେ ଅଭିନୟ କରିଥିଲେ। ଓଡ଼ିଆ ସିରିଏଲ୍‌ ‘ପରୀ’ରେ ଅଭିନୟ କରିଥିଲେ। ସେ ଅଭିନୟ ପାଇଁ କଟକ ଓ ଭୁବନେଶ୍ବରରେ ରହୁଥିଲେ। ନିକଟରେ ସେ କଣ୍ଟାବାଞ୍ଜିରେ ରହି ବ୍ୟବସାୟ କରିବାକୁ ପ୍ରସ୍ତୁତ ହେଉଥିଲେ ବୋଲି ତାଙ୍କ ଭାଇ କିଶୋର ପୁରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର