ଆଳି: ଆଳିର ପୂର୍ବତନ ବିଧାୟିକା, ପ୍ରାକ୍ତନ ରାଜ୍ୟସଭା ସଦସ୍ୟା ତଥା ଆଳି ରାଜମାତା ସୁଶ୍ରୀଦେବୀଙ୍କର ୭୩ ବର୍ଷ ବୟସରେ କଟକ ଦୋଳମୁଣ୍ଡାଇସ୍ଥିତ ବାସଭବନରେ ପରଲୋକ ଘଟିଛି। ପୂର୍ବତନ ମନ୍ତ୍ରୀ, ଖଡ଼ିଆଳ ରାଜା ଅନୁପ ସିଂହଦେଓଙ୍କ କନ୍ୟା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଶରତ ଦେବଙ୍କ ଧର୍ମପତ୍ନୀ ତଥା ଆଳି ରାଜା ବ୍ରଜକେଶରୀ ଦେବ ଓ ବର୍ତ୍ତମାନର ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ମାତା ସୁଶ୍ରୀଦେବୀ ୧୯୮୮ ମସିହାରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ। ୧୯୯୦ ମସିହାରେ ଜନତା ଦଳରୁ ନିର୍ବାଚନ ଲଢି ଆଳିର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୨ ମସିହାରେ ବିଜୁ ଜନତା ଦଳରୁ ରାଜ୍ୟସଭା ସଦସ୍ୟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀ ଭାବେ ସେ ପରିଚିତ ଥିଲେ। ସୁଶ୍ରୀଦେବୀଙ୍କ ପରଲୋକରେ ଆଳି ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି। ପରଲୋକଗତ ରାଜମାତା ସୁଶ୍ରୀଦେବୀଙ୍କ ମରଶରୀର ଆସନ୍ତାକାଲି (ଗୁରୁବାର) ସକାଳ ୧୦ଟାରେ ଆଳିରେ ପହଞ୍ଚିବା ପରେ ରାଜକୀୟ ରୀତିନୀତି ଅନୁସାରେ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।
ଆଳି ରାଜମାତା ସୁଶ୍ରୀ ଦେବୀଙ୍କ ପରଲୋକ
/sambad/media/post_attachments/wp-content/uploads/2024/01/fhfsfffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)