ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଜଣେ କରୋନାରେ ଆକ୍ରାନ୍ତ ଜଣେ ଡାକ୍ତରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଆଜି ସକାଳେ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଡାକ୍ତର ଅରୁଣ କୁମାର ଦାସଙ୍କର ମୃତ୍ୟୁ ହୋଇଥିବା ନେଇ ସୁନ୍ଦରଗଡ଼ ସିଡିଏମଓ ଡାକ୍ତର ସରୋଜ ମିଶ୍ର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି l ଗତ ପ୍ରାୟ ଚାରି ଦିନ ତଳେ ଡାକ୍ତର ଅରୁଣ କୁମାର ଦାସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ଲାଗି ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l

publive-image file photo

ଆଜି ଅପରାହ୍ନ ତାଙ୍କର ଅନ୍ତିମ ସଂସ୍କାର କରାଯିବା ସମୟରେ କରୋନା ଯୋଦ୍ଧା ଭାବେ ଗାର୍ଡ ଅଫ ଅନର୍ ଦିଆଯାଇଥିବା ଜଣାଯାଇଛି। ଡାକ୍ତର ଦାସ ରାଉରକେଲା ସରକାରୀ ଡାକ୍ତରଖାନାରେ ଶଲ୍ୟ ଚିକିତ୍ସକ ଭାବେ ଯୋଗ ଦେଇଥିଲେ l ଚାକିରିରୁ ଅବସର ନେବା ପରେ ତାଙ୍କୁ ପୁଣି ଠିକା ନିଯୁକ୍ତି ମିଳିଥିଲା l ସେ ଡାକ୍ତରଖାନାର ବର୍ହିବିଭାଗରେ ଡିଉଟି କରୁଥିଲେ l ପରିବାର ସହ ସେ ରାଉରକେଲା କୋଏଲ ନଗରରେ ରହନ୍ତି l

ଆଜି ସୁନ୍ଦରଗଡ଼ର ଦୁଇ ଜଣଙ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି l ସେମାନଙ୍କ ବୟସ ୫୪ ଓ ୬୦ ବର୍ଷl ଜିଲ୍ଲାରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୭ ଛୁଇଁଛି। ଏଣେ ଆଜି ରାଜ୍ୟରେ ୨୮୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୯ଜଣଙ୍କ ମୃତ୍ୟୁ   ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।