ଜଗତସିଂହପୁର : ‘ସମ୍ବାଦ ଏରସମା ବ୍ଲକ୍ ପ୍ରତିନିଧି ସୁଶୀଲ କୁମାର ମହାନ୍ତିଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଅନେକ ଦିନ ହେଲା ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ହଠାତ୍ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନି ପୁଅ ସ୍ମୃତିରଂଜନ, ତୃପ୍ତିରଂଜନ ଓ ସୌମ୍ୟରଂଜନଙ୍କ ସମେତ ଦୁଇ ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।
ଖବର ପାଇ ବିଧାୟକ ରଘୁନନ୍ଦନ ଦାସଙ୍କ ସମେତ ଅନେକ ନେତା ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ଇବ୍ରିସିଂସ୍ଥିତ ଘରେ ପହଞ୍ଚି ଶେଷଦର୍ଶନ କରିଥିଲେ। ପରେ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ସ୍ମୃତିରଂଜନ ମୁଖାଗ୍ନି ଦେଇଥିଲେ। ‘ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦର ପ୍ରକାଶକ ତଥା ମୁଖ୍ୟ ପରିଚାଳାନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, କଟକ ସଂସ୍କରଣ ସହକାରୀ ମହାପ୍ରବନ୍ଧକ (ବାର୍ତ୍ତା) କୃଷ୍ଣପ୍ରସାଦ ଦାସ, କଟକ ପ୍ରସାର ବିଭାଗ ମୁଖ୍ୟ ସୁଶାନ୍ତ ବିଶ୍ବାଳ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/erasama-b.jpg)