ସମ୍ବଲପୁର : ସମ୍ବଲପୁର ମାଝିପାଲି ନିବାସୀ ପୂର୍ବତନ ନୌସେନା ଅଧିକାରୀ ବିଜୟ ପଟେଲ(୭୦)ଙ୍କର ପରଲୋକ ହୋଇଯାଇଛି। ନୂଆପଡା ଜିଲ୍ଲାର ରାଜଖରିଆର ମୂଳ ନିବାସୀ ସ୍ୱର୍ଗତ ପଟେଲ ଭାରତୀୟ ନୌସେନାରୁ କ୍ୟାପଟେନ୍ ରୂପେ ଅବସର ଗ୍ରହଣ କରିବା ପରେ ସମ୍ବଲପୁରର ମାଝିପାଲି ଠାରେ ରହି ଆସୁଥିଲେ। କିଛି ଦିନ ତଳେ ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ପରେ ପତ୍ନୀ ଚିତ୍ରା ପଟେଲ, ୨ ଝିଅ ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି। ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ପୂର୍ବତନ ନୌସେନା ଅଧିକାରୀଙ୍କ ପରଲୋକ
/sambad/media/post_attachments/wp-content/uploads/2022/07/sa-dddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)