ପଦ୍ମପୁର: ପଦ୍ମପୁର ଉପଖଣ୍ତ ଲଖମରା ପଞ୍ଚାୟତ କୁଲାଣ୍ଟି ଗ୍ରାମର ପ୍ରସିଦ୍ଧ ପାଲାଗାୟକ ସଂକୀର୍ତ୍ତନ ଡନସନାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ୧୭ ଜୁଲାଇ ୧୯୪୨ରେ ଜନ୍ମିତ ସ୍ବର୍ଗତ ଡନସନା ହାଡୁ ପାଳାଗୁରୁ ଭାବରେ ସବୁଠି ପରିଚିତ ଥିଲେ। ବରଗଡ଼ ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ରେ ମଧ୍ୟ ସେ ଲୋକକଳା ପାଳାର ପ୍ରଚାର ପ୍ରସାର କରିଥିଲେ।

Advertisment

ସେ ସ୍ବାଧିନତା ସଂଗ୍ରାମୀ ଉଦ୍ଧବ ଚରଣ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଥିଲେ। ଜ୍ୟେଷ୍ଠପୁତ୍ର ମଧୁସୂଦନ ମୁଖାଗ୍ନି ଦେଇଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।