ପୁଅ ରୋଗରେ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ବେଳେ, ବୃଦ୍ଧ ବାପାଙ୍କର ଟ୍ରେନ ଧକ୍କାରେ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପୁଅ କିଛି ଦିନ ହେଲା ରୋଗରେ ପୀଡ଼ିତ ହୋଇ ନୂଆପଡ଼ା ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ବାପା ଚିନ୍ତାରେ ଥିଲେ। ଆଜି ସେ ନିଜ ଗାଁ ପାଖରେ ଥିବା ଟ୍ରେନ ଲାଇନ ପାଖରେ ଶୌଚ ପାଇ ଯାଇଥିବା ବେଳେ ଏକ ମାଲଗାଡି ଧକ୍କାରେ ମୃତ ହୋଇଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ ଯେ ନୂଆପଡ଼ା ଥାନା ଛେଲଲେଣ୍ଡି ଗ୍ରାମର ରୁଶୁନାଥ ବେମାଲ(୬୬) ତାଙ୍କ ପୁଅ ଅଭିରାମ ବେମାଲ କିଛି ଦିନ ହେବ କୌଣସି ରୋଗରେ ପୀଡ଼ିତ ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ପୁଅ ରୋଗରେ ପଡିଥିବାରୁ ବାପା ରୁଶୁନାଥ କିଛି ଦିନ ହେବ ଚିନ୍ତାଗ୍ରସ୍ତ ଥିଲେ।

image source-nuapada nic.in

ଆଜି ସକାଳ ୯ଟା ସମୟରେ ଶୌଚପାଇଁ ନିଜ ଗାଁ ପାଖରେ ଥିବା ଟ୍ରେନ ଲାଇନ ପାଖରେ ଶୌଚ କରି ଫେରୁଥିବା ବେଳେ ରୁଶୁନାଥ ଅନ୍ୟମନସ୍କ ଥିବାରୁ ନୂଆପଡ଼ାରୁ ଲଖନା ଯାଉଥିବା ଏକ ମାଲଗାଡ଼ି ଧକ୍କା ଦେଇଥିଲା। ଯାହାଫଳରେ ରୁଶୁନାଥଙ୍କ ମୁଣ୍ଡରେ ଆଘାତ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟ ଚାଲିଯାଇଥିଲା। ପରେ ଘଟଣା ସ୍ଥଳକୁ ରେଲୱେ ପୁଲିସ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ରୁଶୁନାଥ ବେମାଲଙ୍କ ସାନପୁଅ ଛବିରାମ ବେମାଲ ରାଜ୍ୟ ବାହାରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର