ବଲାଙ୍ଗୀର : ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ବସ୍ ଧକ୍କାରେ ପୁଇନ୍ତଳା ବ୍ଲକ୍ ବ୍ରାହ୍ମଣୀପାଲି ଗାଁର ବାପା ବୀଣାପାଣି ପାଣ୍ଡେ ଓ ତାଙ୍କ ଦୁଇ ଝିଅ ରେଖା ପାଣ୍ଡେ ଓ ଶିଖା ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ବ୍ରାହ୍ମଣୀପାଲି ଗାଁର ବୀଣାପାଣି ତାଙ୍କ ଦୁଇ ଝିଅଙ୍କୁ ବାଇକ୍ରେ ବସାଇ ଆଧାରକାର୍ଡ ସଂଶୋଧନ କରିବାକୁ ଆସୁଥିଲେ। ଏହି ସମୟରେ ଏକ ଘରୋଇ ବସ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।