ଭୂତତ୍ତ୍ବବିତ୍‌ ମହମ୍ମଦ ସାହିଦ୍ ଉମରଙ୍କ ପରଲୋକ

ଭୁବନେଶ୍ବର/ରାଉରକେଲା : ଅବସରପ୍ରାପ୍ତ ବରିଷ୍ଠ ଭୂତତ୍ତ୍ବବିତ୍‌ ତଥା ସ୍ତମ୍ଭକାର ମହମ୍ମଦ ସାହିଦ୍ ଉମର(୭୨)ଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ କର୍କଟ ଏବଂ ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସତ ହେଉଥିଲେ। ଗତ ଗୁରବାର ଅପରାହ୍‌ଣରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୂଆପଲ୍ଲୀ ଭିଆଇପି ଅଞ୍ଚଳସ୍ଥିତ ବାସଭବନରୁ ଡାକ୍ତରଖାନା ନିଆଯାଉଥିବା ବେ‌ଳେ ବାଟରେ ପରଲୋକ ହୋଇଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ରେଖା ଦାସ, ପୁଅ ବିକୁଲ୍‌, ବୋହୂ ରିଆ ଓ ନାତି ଫୁପି ଉପସ୍ଥିତ ଥିଲେ। ପୈତୃକ ଗ୍ରାମ ସୁନ୍ଦରଗଡ଼ ମହାନ୍ତିପଡ଼ାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ପରିବାର ପକ୍ଷରୁ ସୂଚନା ଦେଇଛନ୍ତି।

ସେ ନିୟମିତ ଭାବେ ‘ସମ୍ବାଦ’ରେ ଭୂତତ୍ତ୍ବ ସମ୍ବନ୍ଧିତ ପ୍ରବନ୍ଧ ଲେଖୁଥିଲେ। ଏଥିସହ ସେ ଏ ସଂପର୍କିତ ୧୫ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ଏଥିପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ସମ୍ମାନିତ କରାଯାଇଛି। କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାପାଳ ତାଙ୍କ ଲିଖିତ ୧୦ଟି ପୁସ୍ତକକୁ ଜିଲ୍ଲାର ୧୦୭ଟି ବିଦ୍ୟାଳୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି। ଏବେ ବି ତାଙ୍କର ୧୦ରୁ ଊର୍ଦ୍ଧ୍ବ ପୁସ୍ତକ ଅପ୍ରକାଶିତ ହୋଇ ରହିଛି। ଏଭଳି ଜଣେ ବିଦ୍ବାନ୍‌ ବ୍ୟକ୍ତିଙ୍କ ବିୟୋଗରେ ଭୂତତ୍ତ୍ବ ବିଜ୍ଞାନୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର