ଭୁବନେଶ୍ବର: ସରକାରଙ୍କ ଚରମ ଅବହେଳା, ବେଖାତିର ଯୋଗୁ ଭୁବନେଶ୍ୱରରେ ପାଣି ସୁଅରେ ଭାସିଯାଇ ଜ୍ୟୋତିପ୍ରକାଶଙ୍କ ଭଳି ଦଶମ ଶ୍ରେଣୀର ଛାତ୍ରଙ୍କ ପ୍ରାଣହାନି ଘଟିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରରେ ଏହା ଟେକନୋଲୋଜିକାଲ ଅବ୍ୟବସ୍ଥା। ବିଲଡିଂ କରିବା ପାଇଁ ଅବାଧ ଅନୁମତି ଦିଆଯାଉଛି। ସବୁଆଡୁ ଓଡ଼ିଶା ତଳେ, କିନ୍ତୁ ଏଠି ଭୁବନେଶ୍ୱର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଏକ ନମ୍ବର କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଟଙ୍କା ଦେଇ ଭୋଟ ନେଉଛନ୍ତ। ଟଙ୍କା ଦେଇ ଭୋଟ ନେଲେ ବିକାଶ କେମିତି ହେବ।ଏଣୁ ଲୋକେ ସଚେତନ ହେବା ଜରୁରୀ।
ଏଣେ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ କହିଛନ୍ତି, ଭୁବନେଶ୍ବରରେ ୨୦୧୫ ରୁ ଡ୍ରେନ ପାଣିରେ ଭାସି ୭ ଜଣ ମଲେଣି। ସରକାରଙ୍କ ଏଥିପ୍ରତି ନିଘା ନାହିଁ। ନଗର ଉନ୍ନୟନ ବିଭାଗରେ ସଚିବ ଭାବେ ଜି.ମାଥି ଭାଥନନ ୬ବର୍ଷ ହେବ କାର୍ଯ୍ୟ କରୁଛନ୍ତି। କାହିଁକି ଏତେ ବର୍ଷ ହେଲା ଅଛନ୍ତି ଉଠିଥିବା ବିଧାନସଭା ପ୍ରଶ୍ନରେ ଉତ୍ତର ଆସୁଛି ଯେ ସେ ଜନହିତକର କାର୍ଯ୍ୟ କରୁଛନ୍ତି। ଯଦି ଜନହିତକର କାମ କରୁଛନ୍ତି, ତାହାଲେ ଡ୍ରେନରେ ଭାସି ଯାଇ ରାଜଧାନୀରେ ୭ ଜଣ ମରିଛନ୍ତି କାହିଁକି? ଜି. ମାଥି ଭାଥନନ ଏଥିପାଇଁ ଦାୟୀ। ଖାଲି ସେ ନୁହଁନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏଥିଲାଗି ଦାୟୀ। ଦଶ ବର୍ଷ ଧରି ମେୟର ପଦରେ ରହିଲେ ଅନନ୍ତ ନାରାୟଣ ଜେନା। ହେଲେ କାମ କଣ ହେଲା?
ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, ଜ୍ୟୋତିଙ୍କ ଜୀବନର ମୂଲ୍ୟ କଣ ମାତ୍ର ୪ ଲକ୍ଷ ଟଙ୍କା! ବିଏମସିର ୩ଶହ କିଲୋମିଟର ଡ୍ରେନ ମୁକୁଳା ପଡ଼ିଛି। ପ୍ରାକୃତିକ ନାଳ ନିକଟରେ ସୁରକ୍ଷା କର୍ମୀ ନିୟୋଜିତ ହେବା ଦରକାର। ୩ଦିନ ଭିତରେ ଦୋଷୀଙ୍କ ଦଣ୍ଡ ମିଳୁ। ବିଏମସି କମିଶନର ସଞ୍ଜୟ ସିଂହ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରାଯାଉ। ନଗର ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ବହିଷ୍କାର କରନ୍ତୁ ସରକାର। ନଚେତ ଆନ୍ଦୋଳନ ଜୋରଦାର ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Congress-Protst-Against-Children-Death_Thumbnail.jpg)