ସ୍ପଷ୍ଟ ହେଲା ମାଓନେତା ରାମକୃଷ୍ଣ ଓରଫ୍ ଅକ୍କିରାଜୁ ହରଗୋପାଳ ମୃତ: ପ୍ରେସ୍ ବାର୍ତ୍ତା ଜାରି କଲା ମାଓବାଦୀ ସଂଗଠନ

ମାଲକାନଗିରି: ମାଓନେତା ରାମକୃଷ୍ଣ ଓରଫ୍ ଅକ୍କିରାଜୁ ହରଗୋପାଳଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏନେଇ ମାଓବାଦୀ କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ଏକ ପ୍ରେସ୍ ବାର୍ତ୍ତା ଜାରି କରିଛନ୍ତି। ତେଲୁଗୁ ଭାଷାରେ ଏହି ପ୍ରେସ୍ ବାର୍ତ୍ତା ଜାରି କରାଯାଇଛି। କେନ୍ଦ୍ରୀୟ କମିଟି ସଦସ୍ୟ ଅକିରାଜୁ ହରଗୋପାଲ ଛଦ୍ମନାମ ରାମକୃଷ୍ଣ ଛଦ୍ମନାମ ଆର.କେଙ୍କର କିଡନି ଫେଲ୍ ହେତୁ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଏଥିରେ କୁହାଯାଇଛି। ଅକ୍ଟୋବର ୧୪ ତାରିଖରେ ସକାଳ ୬ଟାରେ ଏହି ମୃତ୍ୟୁ ଘଟିଛି। ତେବେ କେଉଁଠାରେ ଆର.କେଙ୍କ ମୃତ୍ୟୁ କେଉଁଠାରେ ଘଟିଲା ସେ ନେଇ ପ୍ରେସ୍ ବାର୍ତ୍ତାରେ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, ଆର.କେଙ୍କ ନାଁରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ପୁରସ୍କାର ରହିଛି। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟିର ସଂପାଦକ ଥିଲେ। ରାମାଗୁଡା ଏନକାଉଣ୍ଟର ପରେ ସଂପାଦକ ପଦରୁ ଓହରିଥିଲେ।
ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସମୟରେ ଶାନ୍ତି ବାର୍ତ୍ତା ଲାଗି ବାହରିଥିବା ମାଓବାଦୀ ନେତାଙ୍କ ନେତୃତ୍ୱ ନେଇଥିଲେ। ଓଡ଼ିଶାରେ ଆର୍କେଙ୍କ ନାଁରେ ରହିଛି ୨୦୦ରୁ ଊର୍ଦ୍ଧ୍ୱ ମାମଲା।

 

ସମ୍ବନ୍ଧିତ ଖବର