ନୂଆପଡ଼ା: ୫୩ ଦିନ ଧରି ମୃତ୍ୟୁ ସହ ସଂଗ୍ରହ କରି ଶେଷରେ ଆଖି ବୁଜିଲେ ନୂଆପଡ଼ାର ସହାୟକ ଜିଲ୍ଲାପାଳ ଜୟଲାଲ ବେଶ୍ରା (୪୮) । ଗତକାଲି ରାତିରେ ତାଙ୍କର ରାୟପୁରଠାରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୩୦ ତାରିଖ ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ନୂଆପଡ଼ା ଜିଲ୍ଲାର ସହାୟକ ଜିଲ୍ଲାପାଳ ଗୁରୁତର ହୋଇଥିଲେ। ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେ ଗୁରୁତର ହେବାରୁ ତାଙ୍କୁ ରାୟପୁରସ୍ଥିତ ରାମକୃଷ୍ଣ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କର ମୃତ୍ୟୁ ଖବର ପାଇବା ପରେ ନୂଆପଡ଼ା ଜିଲ୍ଲାପାଳଙ୍କ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି।
/sambad/media/post_attachments/wp-content/uploads/2020/02/nuapada-2.jpg)
ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହାୟକ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଜୟଲାଲ ବେଶ୍ରା ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ଖରିଆର ରୋଡ଼ରୁ ଅଫିସର କିଛି ସାମଗ୍ରୀ ବସରେ ନେଇ ଆସିଥିଲେ। ସେହି ସମୟରେ ଶ୍ରୀ ବେଶ୍ରା ନୂଆପଡ଼ା ଭେରାଛକଠାରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ମୁଣ୍ଡରେ ଆଘାତ ହେବାରୁ ତାଙ୍କୁ ତୁରନ୍ତ ଛତିଶଗଡ଼ର ରାୟପୁରସ୍ଥିତ ରାମକୃଷ୍ଣ ହସ୍ପିଟାଲକୁ ନିଅଯାଇଥିଲା। ତେବେ କେଉଁ ଗାଡ଼ି ଧକ୍କା ଦେଇଥିଲା, ତାହା ଏଯାବତ୍ ଜଣାପଡ଼ି ନାହିଁ। ସହାୟକ ଜିଲ୍ଲାପାଳ ଜୟଲାଲ ବେଶ୍ରାଙ୍କ ଘର ନୂଆପଡ଼ା ଏନଏସି ୧୨ ନଂ ୱାର୍ଡରେ ଥିବା ବିଶି କଲୋନିରେ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Nuapadas-Asst-Collector-Died_Thumbnail.jpg)