ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ଦଫାଦାରଙ୍କ ପରଲୋକ

ବରପାଲି: ବରଗଡ଼ ଜିଲ୍ଲା ବରପାଲି ନିବାସୀ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ଦଫାଦାର (୭୦ ବର୍ଷ)ଙ୍କ ମଙ୍ଗଳବାର ବିୟୋଗ ଘଟିଛି। ସ୍ବର୍ଗତ ଦଫାଦାର ମଙ୍ଗଳବାର ଭୋରରୁ ପ୍ରାତଃଭ୍ରମଣ ସାରି ଘରକୁ ଆସି ଅସୁସ୍ଥ ଅନୁଭବ କରିଥିଲେ। କିଛି ସମୟ ପରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ସ୍ବର୍ଗତ ଦଫାଦାର ବିଜେପୁର, ଗାଈସିଲେଟ, ବରଗଡ଼, ଭେଡ଼େନରେ ବିଡିଓ ଭାବରେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ। ଅବସର ପରେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ସମାଜସେବା କାର୍ଯ୍ୟ କରି ବେଶ୍‌ ଜଣାଶୁଣା ଥ‌ିଲେ। ବରପାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କିଶୋର ଦଫାଦାରଙ୍କ ସେ ବଡ଼ ଭାଇ ଅଟନ୍ତି। ‌ସେ ତାଙ୍କ ପଛରେ ପତ୍ନୀ, ପୁଅ ଚିନ୍ମୟ, ଝିଅ କଲ୍ୟାଣୀ ସହ ପରିବାରବର୍ଗଙ୍କୁ ଛାଡ଼ି ଚାଲିଯାଇଛନ୍ତି। ବିୟୋଗ ଖବର ପାଇ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ପୁଅ ଚିନ୍ମୟ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର