ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ, ଅଭିଯୁକ୍ତ ଥାନାରେ ଅଟକ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଉପରଗଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ୍ୟପାନ କରି ସାମାନ୍ୟ ବଚସାକୁ ନେଇ ହୋଇଛି ହତ୍ୟାକାଣ୍ଡ ।
ନିଜ ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ବାପା। ଗତକାଲି ରାତ୍ରର ଏଭଳି ଘଟଣା କୁ ନେଇ ଉପରଗଡି ଗ୍ରାମରେ ଶୋକର ବାତାବରଣ ଲାଗିରହିଛି ।

image source–sisat

ସୂଚନା ଅନୁଯାୟୀ, ଉପରଗଡି ଗ୍ରାମର କୃଷ୍ଣ ମାଝୀ (୨୦) ଏବଂ ବାପା ମାଧବ ମାଝୀ (୫୨) ଗତକାଲି ରାତ୍ରରେ ମଦ୍ୟପାନ କରିଥିଲେ । ଖାଇ ସାରିବା ପରେ କୃଷ୍ଣ ମାଝୀ ନିଜ ମା ମୁକ୍ତା ସହ ଝଗଡା କରୁଥିଲା ! ଏହି ସମୟରେ ବାପା ପୁଅ କୃଷ୍ଣକୁ ତାଗିଦ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ମାଧବ ନିଜ ଜନ୍ମକଲା ପୁଅ କୃଷ୍ଣକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଖାତିଗୁଡ଼ା ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି । ଏନେଇ ଖାତିଗୁଡ଼ା ଥାନାରେ କେଶ ନମ୍ବର ୪୦/୨୦୨୦ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ମୃତକର ଶବ ଜବତ କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.