ପୁରୀ: ଜୀବନ ଯୁଦ୍ଧରେ ହାରିଗଲେ ତାଳଧ୍ବଜ ରଥର ଡାହୁକ ମାଧବ ପ୍ରଧାନ। ରଥ ଉପରୁ ହୋ ଭକତେ.. ଡାକ ଦେଇ ଭକ୍ତଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଥିବା ମାଧବ ମଙ୍ଗଳବାର ରାତି ୧୨ଟା ୫୫ ମିନିଟରେ ସବୁ ଦିନ ପାଇଁ ନିରବ ହୋଇଯାଇଛନ୍ତି। ଗାଡ଼ି ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ମାସ ୪ ଦିନ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କର ପରଲୋକ ହୋଇଛି। ଙ୍କୁ ୫୬ ବର୍ଷ ବୟସ ହୋଇଥିଲା।
ମାଧବ ନିଜ ବାପା ଦାମ ପ୍ରଧାନଙ୍କ ସହ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ ଡାହୁକ ସେବା ଆରମ୍ଭ କରିଥିଲେ। ୩୫ ବର୍ଷରୁ ଅଧିକ ସମୟ ସେ ଡାହୁକ ସେବା ଦେଇ ଆସୁଥିଲେ। ଗତ ଅଗଷ୍ଟ ୭ ତାରିଖ ଦିନ ସେ ନିଜ ଗ୍ରାମ ମଙ୍ଗରାଜପୁର ଛକରେ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ପୁରୀ ଓ ପରେ ସେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ପରେ ତାଙ୍କ ମରଶରୀରର ବ୍ୟବଚ୍ଛେଦ କରି ମଙ୍ଗରାଜପୁର ଗ୍ରାମସ୍ଥିତି ବାସଭବନକୁ ନିଆଯାଇଥିଲା। ସେଠାରେ ସେବକ, ଜଗନ୍ନାଥପ୍ରେମୀ ଓ ବନ୍ଧୁ ପରିଜନ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଗାଁ’ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ନିଲୁ ପ୍ରଧାନ ମୁଖାଗ୍ନି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfhsfhfhfhs.jpg)