ଭରସା ନିଶାନିବାରଣ କେନ୍ଦ୍ରରେ ଚିକିତ୍ସିତ ଯୁବକଙ୍କ ମୃତ୍ୟୁ

ଖୋର୍ଦ୍ଧା: ଗଡ଼ଖୋର୍ଦ୍ଧା ଠାରେ ଥିବା ଭରସା ନିଶା ନିବାରଣ କେନ୍ଦ୍ରରେ ଜଣେ ଚିକିତ୍ସାଧୀନ ନିଶାଡ଼ିଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ନିଶା ନିବାରଣ କେନ୍ଦ୍ରରେ ଗତ ଦୁଇ ବର୍ଷ ଧରି ଚିକିତ୍ସିତ ହେଉଥିବା ଟାଙ୍ଗୀ ଥାନା ଭୂଷଣ୍ଡପୁର ନିକଟ ତେନ୍ତୁଳିଆପଡ଼ାର ରଂଜନ ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସୂଚନା ପାଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ । ଅପରପକ୍ଷରେ, ମୃତ ପ୍ରଧାନଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେ ଦୀର୍ଘଦିନ ଧରି ନିଶାଗ୍ରସ୍ତ ଯୋଗୁଁ ଅସୁସ୍ଥ ଥିଲେ ଦୁଇ ବର୍ଷ ପୂର୍ବେ ଭରସାରେ ଭର୍ତି ହୋଇଥିଲେ । ଭଲ ହୋଇ ଘରକୁ ଫେରିଥିଲେ, କିନ୍ତୁ ଫେରିବା ପରେ ପୁଣି ନିଶାର ଶିକାର ହୋଇଥିଲେ । ଏଣୁ ତାଙ୍କୁ ଦେଢ଼ ବର୍ଷ ପୂର୍ବେ ପୁଣିଥରେ ନିଶାନିବାରଣ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରିବାର ପକ୍ଷରୁ ଲିଖିତ ଏତଲା ଭିତ୍ତିରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ।

ସମ୍ବନ୍ଧିତ ଖବର