ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କଳ୍ପବଟ ମୂଳରେ ବସିଥିବା ବେଳେ ବୃଦ୍ଧଙ୍କ ପ୍ରାଣବାୟୁ ଉଡ଼ିଗଲା

0

ପୁରୀ: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ନୟାଗଡ଼ରୁ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସପରିବାର ବୃଦ୍ଧ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।  ଦର୍ଶନ ପରେ  ଅପରାହ୍ନରେ ପ୍ରବଳ ଖରା ହେବାରୁ ବୃଦ୍ଧଙ୍କ ମୁଣ୍ଡ ବୁଲାଇ ପକାଇଥିଲା। ସେ ଶ୍ରୀମନ୍ଦିର ପରିସରରେ ଥିବା କଳ୍ପବଟ ମୂଳେ ଛାଇସ୍ଥାନ ଦେଖି ବିଶ୍ରାମ ନେଇଥିଲେ ଓ ଧୀରେ ଧୀରେ ଶୋଇପଡ଼ିଥିଲେ।  କିଛି ସମୟ ପରେ ପରିବାର ଲୋକ ତାଙ୍କୁ ଡାକି ଥିଲେ। କିନ୍ତୁ ସେ ଉଠି ନ ଥିଲେ କି ହଲଚଲ ବି ହୋଇ ନଥିଲେ। ଏହାପରେ ସଙ୍ଗେସଙ୍ଗେ ବୃଦ୍ଧଙ୍କୁ ପରିବାରଲୋକେ ପୁରୀ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ନାମ ଅଜୟ କୁମାର ଦାସ ଓ ତାଙ୍କ ଘର ନୟାଗଡ଼ ବୋଲି ଜଣାପଡ଼ିଛି।  ସେ ଜଣେ ଅବସରପ୍ରାପ୍ତ ଫୁଡ୍‌ ଇନ୍‌ସ୍‌ପେକ୍ଟର ।

ଶ୍ରୀମନ୍ଦିର ପରିସରରେ ଏଭଳି ଘଟଣା ଘଟିବାର ଖବର ମିଳିବା ପରେ ଚାରିଆଡେ ଚହଳ ପଡି ଯାଇଥିବା ବେଳେ କେହି କେହି ଏହି ଘଟଣାକୁ ସକାରାତ୍ମକ ବୋଲି ଅାଲୋଚନା କରୁଛନ୍ତି  ଓ  ଅଜୟ କୁମାର ଦାସଙ୍କ ସୌଭାଗ୍ୟ ବୋଲି କୁହାଯାଉଛି। କିଛିଦିନ ତଳେ ଶ୍ରୀମନ୍ଦିର ବାହାରେ ଥିବା ରଥକାଠ ଉପରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.