୯ ଜଣଙ୍କୁ ଫାଶୀଦଣ୍ଡ ମାମଲା: ୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି

କଟକ : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ରାୟଗଡ଼ାର ୯ଜଣଙ୍କୁ ଫାଶୀଦଣ୍ଡ ସଂପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଅଗଷ୍ଟ ୧୭ରେ ହେବ। ଆଜି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉଭୟ ପକ୍ଷରୁ ଉପସ୍ଥାପନ କରାଯିବ। ୨୦୧୮ମସିହା ଏପ୍ରିଲ ୧୩ର ଗୁଣପୁର ଅତିରିକ୍ତ ଦୌରାଜଜ୍‌ ଅଦାଲତଙ୍କ ଏ ସଂକ୍ରାନ୍ତୀୟ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବାବେଳେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଆସାମୀଙ୍କ ପକ୍ଷରୁ ଅପିଲ ମଧ୍ୟ ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୬, ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍‌ ଭର୍ତ୍ତି କରି ମୃତ ପ୍ରାୟ କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ।

ସମ୍ବନ୍ଧିତ ଖବର