କବାଟବନ୍ଧ : ଜଙ୍ଗଲ ଜମିରୁ ବେଆଇନ ଭାବେ କଳାପଥର ଖନନକୁ ବିରୋଧ କରିବାରୁ ବନ ବିଭାଗ କର୍ମଚାରୀଙ୍କୁ ହତ୍ୟା ଧମକ। ଅଭିଯୋଗ ଆଧାରରେ ପୁଲିସ ଦୁଇଜଣ ପଥର ମାଫିଆଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ବୁଧବାର ସକାଳ ୬ଟା ବେଳେ ଗଡ଼ମଧୁପୁର ଫରେଷ୍ଟର ରଂଜନ କୁମାର ମିଶ୍ର ୪ ଜଣିଆ ସ୍କ୍ବାଡ୍କୁ ନେଇ ଧର୍ମଶାଳା ତହସିଲ ଅନ୍ତର୍ଗତ ବଳରାମପୁର ପାହାଡ଼ରେ ପାଟ୍ରୋଲିଂ କରୁଥିଲେ। ବଳରାପୁର ପାହାଡ଼ ସଂଲଗ୍ନ ଏକ ପିଚୁ ପ୍ଲାଣ୍ଟ ନିକଟରେ କିଛି ପଥର ମାଫିଆ କଳାପଥର ଖନନ ତଥା ପରିବହନ କରୁଥିଲେ। ବନ ବିଭାଗ ଟିମ୍ ଏହା ଦେଖିବା ପରେ ଘଟଣାସ୍ଥଳକୁ ଯାଇଥିଲେ। ଚକ୍ରଧରପୁର ପଞ୍ଚାୟତ କୁସୁନପୁର ଗ୍ରାମର କାଳିଆ ନାୟକ ଓ ମଧୁସୂଦନପୁର ପଞ୍ଚାୟତ ମଧୁସୂଦନପୁର ଗ୍ରାମର ଦସୁଆ ସ୍ବାଇଁ ଉପସ୍ଥିତ ଥିଲେ। ସେମାନେ ଫରେଷ୍ଟର ଓ ସ୍କ୍ବାଡ୍ଙ୍କୁ ଦେଖି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏ ସଂପର୍କରେ ଫରେଷ୍ଟର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ସହ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
କବାଟବନ୍ଧ : ବନ କର୍ମଚାରୀଙ୍କୁ ହତ୍ୟା ଧମକ
/sambad/media/post_attachments/wp-content/uploads/2019/10/murder5_650_083116071421.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)