ତେନ୍ତୁଳିଖୁଣ୍ଟି: ସ୍ୱାସ୍ଥ୍ୟ ବିଭାଗର ଅହରହ ଉଦ୍ୟମ ସତ୍ତ୍ବେ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଝାଡାବାନ୍ତି ଥମିବାର ନା ନେଉନି।ଗାଁକୁ ଗାଁ ବ୍ୟାପିବାରେ ଲାଗିଛି ଝାଡାବାନ୍ତି। ତେବେ ଦୁଇ ସପ୍ତାହ ମଧ୍ୟରେ ବ୍ଲକର ଚାରିଜଣ ଆକ୍ରାନ୍ତଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଥୁବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି। ଏହି ୧୫ ଦିନ ମଧ୍ୟରେ ଖୁଣ୍ଟିପଦର ଗ୍ରାମର ଦୁଇଜଣ ଏବଂ ପଡାଆଉଁଳି ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ହୋଇଥୁବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ଖୁଣ୍ଟିପଦର ଓ ପଡାଆଉଁଳି ଗ୍ରାମରେ ଡେରା ପକେଇ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି।
ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କୁ ପରିବାର ଲୋକେ ଛୁଇଁବାକୁ ଭୟ କରୁଛନ୍ତି। କାଳେ ଛୁଇଁଦେଲେ ରୋଗ ବ୍ୟାପି ଯିବାର ଭୟ ଲାଗି ରହିଛି। ଏମିତି ସ୍ଥିତିରେ ଉଭୟ ଖୁଣ୍ଟିପଦର ଓ ପଡାଆଉଁଳି ଗ୍ରାମରେ ଡେରା ପକେଇ ସ୍ୱାସ୍ଥ୍ୟ ସେବା ଜାରି ରଖିଥୁବା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଆଶା, ଅଙ୍ଗନବାଡି କର୍ମୀଙ୍କୁ ସମସ୍ତ କାର୍ଯ୍ୟ ତୁଲେଇବାକୁ ପଡୁଥିବା ଦେଖିବାକୁ ମିଳିଛି। ଗତକାଲି ପଡା ଆଉଁଳି ଗ୍ରାମର ଜଣେ ବୃଦ୍ଧା ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମରେ ସ୍ୱାସ୍ଥ୍ୟ ସେବା ଜାରି ରଖିଥୁବା ଡାକ୍ତର ଶୁଭେନ୍ଦୁ ଶ୍ରୀଚନ୍ଦନ ବାଗ, ଡାକ୍ତର ସଚିକାନ୍ତ ଲେଙ୍କା, ଡାକ୍ତର ସସ୍ମିତା ପୂଜାରୀ ଆକ୍ରାନ୍ତ ବୃଦ୍ଧାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନାରେ ଜଣେ ଯୁବକଙ୍କ ଝାଡା ବାନ୍ତି ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ହେବା ପରେ ପୁଲିସ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ ହୋଇଛି। ମୃତ ଯୁବକ ଜଣକ କଚରାପାରା -୩ ପଞ୍ଚାୟତର ଓଡିଣ୍ଡି ଗ୍ରାମର ସୁକରାମ ଗଣ୍ଡଙ୍କ ପୁଅ କିଶାନ ଗଣ୍ଡ (୨୪) ବୋଲି ଜଣାପଡ଼ିଛି।
ତେବେ ସେ ଗୁରୁତର ଥୁବାରୁ ଗାଁ ଉପକଣ୍ଠରେ ଥିବା ବିଦ୍ୟାଳୟରେ ଚାଲିଥୁବା ଅସ୍ଥାୟୀ ଶିବିରକୁ ନେଇଁ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପରିବାର ଲୋକେ ଆକ୍ରାନ୍ତ ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ମନା କରିବା ସହ କୌଣସି ସହଯୋଗ କରିନଥିଲେ। ଏମିତି ସ୍ଥିତିରେ ଡାକ୍ତରମାନେ ନିଜେ ବୃଦ୍ଧାଙ୍କୁ ବୋହି ଷ୍ଟେଚର ରଖିଥିଲେ।ଏହାପରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଷ୍ଟ୍ରେଚରରେ ଠେଲି ଠେଲି ଅସ୍ଥାୟୀ କ୍ୟାମ୍ପକୁ ନେଇଁ ଚିକିତ୍ସା କରିଥିଲେ। ଆକ୍ରାନ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆଣି ଚିକିତ୍ସା ଜାରି ରହିଛି। ସିଏଚଓ ରୋଜାଲିନ ଦାସ, ଏଏନଏମ ସରସ୍ବତୀ ଦେଇ ସ୍ୱାସ୍ଥ୍ୟ ପରିଦର୍ଶକ ସରୋଜ ଙ୍କ ସମେତ ଆଶା ଅଙ୍ଗନବାଡି ଆକ୍ରାନ୍ତଙ୍କ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି। ଆଜି ପୁଣି ଜଣେ ଖୁଣ୍ଟି ପଦର ଗ୍ରାମର ଶିରି ସାନ୍ତା(୫୦) ଆକ୍ରାନ୍ତ ହୋଇ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭତ୍ତି ହୋଇଛନ୍ତି।