ରାଉରକେଲା: ଅଂଶୁଘାତ ଜନିତ ମୃତ୍ୟୁର ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ। ମୋଟ ୬ ଜଣଙ୍କ ହୋଇଛି ଅଂଶୁଘାତରେ ମୃତ୍ୟୁ ହୋଇଛି। ମୋଟ ୩୫ ଜଣ ରୋଗୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କାରି ପୋଷ୍ଟ ମର୍ଟମ କରିଥିଲା ପ୍ରଶାସନ। ପାଖାପାଖି ୨୪ କଣଙ୍କ ପୋଷ୍ଟ ମର୍ଟମ ବର୍ତ୍ତମାନ ସରିଛି। ୪ ପରିବାର ପୋଷ୍ଟ ମର୍ଟମ ନ କରି ମୃତଦେହ ନେଇଯାଇଛନ୍ତି। ଏହେଉଛି ୩୦ ତାରିଖ ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ରିପୋର୍ଟ।

Advertisment

ତେବେ ଏନେଇ ତହସିଲଦାର ଓ ମେଡିକାଲ ଅଫିସର ମିଳିତ ଭାବରେ ଏହାକୁ ତର୍ଜମା କରିବା ସହ ତଦନ୍ତ କରୁଛନ୍ତି। ସେପଟେ ଗତକାଲି ରାଜ୍ୟସ୍ତରୀୟ ଟିମ ରାଉରକେଲା ଗସ୍ତ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।