ବରଗଡ଼ : ଜଣେ ମୃତ ମହିଳାଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠୁଥିବା ଘଟଣା ବରଗଡ଼ ଜିଲ୍ଲାରେ ସାମ୍ନାକୁ ଆସିଛି।
ସୋହେଲା ବ୍ଲକ ବାଉଁସେନମୁରା, ଡୁମ୍ବେରପାଲି, କନାପାଲି, ପାଣିମୋରା, ତବଡ଼ା, ଟୁଙ୍ଗିବନ୍ଧଲି, କୁଚିପାଲି, ଗର୍ଭଣା, ଶ୍ରୀଗିଡ଼ା ଏବଂ ସନିମାଲ ଗାଁର ୪୫ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୨/୧୨/୨୦୧୬ରେ ମଂଜୁର ହୋଇଥିଲା। ଏହାପରେ ୨୦୧୬ ମସିହା ଡିସେମ୍ବର ୧୭ ତାରିଖ ସନିମାଲ ପଞ୍ଚାୟତ ବାଟତୋର୍ମା ଗାଁର ମଦନା ବରିହାଙ୍କ ମୃତ୍ୟୁ ଘଟିଥିଲା। ତେବେ ଅଗଷ୍ଟ ୨୦୧୬ରୁ ଡିସେମ୍ବର ୨୦୧୬ ଯାଏ ଭତ୍ତା ଟଙ୍କା ୨୦୧୬ ମସିହା ଡିସେମ୍ବର ୨୧ ତାରିଖରେ ପୈଠ ହୋଇଛି। ଅର୍ଥାତ ମଦନାଙ୍କ ମୃତ୍ୟୁର ୪ ଦିନ ପରେ ଟଙ୍କା ଉଠିଛି। ତେବେ କେଉଁ ଆଧାରରେ ଏହି ଟଙ୍କା ଉଠିଛି ଏବଂ କିଏ ଏଥିରେ ସଂପୃକ୍ତ, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/money-laundering.jpg)