କୋଭିଡ୍ ହସ୍ପିଟାଲ୍‌ରେ ଆଉ ୭ ମୃତ, ମୃତ୍ୟୁ ସଂଖ୍ୟା ୪୫୮କୁ ବୃଦ୍ଧି

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସୋମବାର କୋଭିଡ୍‌ ହସ୍ପିଟାଲରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ ବରଗଡ଼ରୁ ୨ ଜଣ ଏବଂ କଳାହାଣ୍ଡି ଓ ଦେବଗଡ଼ର ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୫୬ ବର୍ଷୀୟ, ଜଣେ ୮୨ ବର୍ଷୀୟ ଓ ଜଣେ ୪୦ ବର୍ଷୀୟା ରହିଥିବା ବେଳେ ବରଗଡ଼ର ଜଣେ ୫୮ ବର୍ଷୀୟା ଓ ଜଣେ ୬୭ ବର୍ଷୀୟ, କଳାହାଣ୍ଡିର ଜଣେ ୬୨ ବର୍ଷୀୟା ଏବଂ ଦେବଗଡ଼ର ଜଣେ ୮୨ ବର୍ଷୀୟ ରହିଛନ୍ତି। ଏହି ୭ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୪୫୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଭିମ୍‌‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ୧୯୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର