ବୌଦ୍ଧ : ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ସହରସ୍ଥିତ ମହାନଦୀ ଚନ୍ଦ୍ରଚୂଡ଼ ଘାଟରେ ଅଘଟଣ। ବଗିଚାସାହିର କିଛି ଲୋକଙ୍କ ସାମ୍ନାରେ ହିଁ ଜଣେ ବ୍ୟକ୍ତି ପାଣିରେ ବୁଡ଼ି ଯାଇଥିଲେ। ଆଉ ନିରୁପାୟ ହୋଇ ଏହି ‘ମୃତ୍ୟୁର ଲାଇଭ୍’ ଦେଖିବାକୁ ବାଧ୍ୟ ହୋଇଥିଲେ ସେମାନେ। ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଆସି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିବା ବେଳେ ତା’ଙ୍କ ପରିଚୟ ମିଳିପାରି ନାହିଁ। ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରି ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେ ନେଇ ତଦନ୍ତ ଚଳାଇଛି।
ମୃତ୍ୟୁର ଲାଇଭ୍: ଲୋକଙ୍କ ଆଗରେ ବୁଡ଼ିଗଲେ ଅଜଣା ବ୍ୟକ୍ତି
/sambad/media/post_attachments/wp-content/uploads/2022/11/drowned.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)