ସାରେଗାମାପାର ବି‌ଜୟ ମୁକୁଟ ପିନ୍ଧିଲେ ଦେବାଂଶୀ

ଭୁବନେଶ୍ବର : ଜି ସାର୍ଥକର ସଙ୍ଗୀତଭିତ୍ତିକ ରିଅଲିଟି ସୋ’ ସାରେଗାମାପା…ର ବିଜୟିନୀ ହୋଇଛନ୍ତି ୧୪ ବର୍ଷୀୟା ଦେବାଂଶୀ ଦାଶ। ପୁରୀ ଜିଲ୍ଲାର ଦେବାଂଶୀ ସୋ’ର ସର୍ବକନିଷ୍ଠ ଅଂଶଗ୍ରହଣକାରୀ ହୋଇଥିବା ବେଳେ ସୋ’ର ପ୍ରଥମ ଦିନରୁ କୋଟି କୋଟି ଲୋକଙ୍କର ହୃଦୟ ଜିତିବାରେ ସଫଳ ହୋଇଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ଚ୍ୟାନେଲ ପକ୍ଷରୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏଥିସହ ଭୁବନେଶ୍ବରର ପାୟଲ ମହାନ୍ତି ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଇପ୍‌ସିତା ପତି ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସେମାନଙ୍କୁ ଯଥାକ୍ରମେ ୫୦ ହଜାର ଓ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ସଙ୍ଗୀତ ସୋ’ରେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଗୁଡ୍‌ଲି ରଥ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ ଓ କ୍ରିଷ୍ଣା ବେଉରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାଣ୍ଡ୍‌ ଫିନାଲେ ସଂଧ୍ୟାରେ ବିଶେଷ ଅତିଥି ଭାବେ ଅଭିନେତା ବାବୁସାନ୍‌, ମଣ୍ଟୁ ଛୁରିଆ, ତାନସେନ୍‌ ସିଂହ, ବିକାଶ ଦାଶ ଓ ପ୍ରେମାନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର କଳା ପ୍ରଦର୍ଶନ କରି ଥିଲେ। ସୁଲଗ୍ନା ରାଉତରାୟ ମଞ୍ଚ ସଂଯୋଜନା କରିଥି‌ଲେ।

ସମ୍ବନ୍ଧିତ ଖବର