ଦାମବାବୁ ନୂଆ ଇତିହାସ ଲେଖନ୍ତୁ: ଦେବାଶିଷ

ସହିଦ ଜୟୀ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପ୍ରସଙ୍ଗ

କଟକ : ସହିଦ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ମତ ଅଭିହିତ କରିଛନ୍ତି। ଯଦି ଦାମବାବୁ ଏହାକୁ ମାନିବାକୁ ନାରାଜ, ତାହେଲେ ସେ ନୂଆକରି ଇତିହାସ ଲେଖନ୍ତୁ। ସହିଦ ଜୟୀ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପ୍ରସଙ୍ଗରେ କୃଷିମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ମନ୍ତବ୍ୟ ଉପରେ ଏପରି କଡା ଜବାବ ରଖିଛନ୍ତି ଟାଣୁଆ ବିଜେଡି ନେତା ତଥା ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ। ଆଜି କଟକଠାରେ ଏ ନେଇ ଶ୍ରୀ ସାମନ୍ତରାୟ ଏହାର ପ୍ରତିକ୍ରିୟା ରଖିବା ସହ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କୁ କଟୁ ସମାଲୋଚନା କରିଛନ୍ତି। ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଇତିହାସକୁ କେହି ଉପେକ୍ଷା କରିପାରିବେ ନାହିଁ। ସହିଦ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ମତ ରଖିସାରିଛନ୍ତି। ତେଣୁ ଏ ନେଇ ଅଧିକ କିଛି କହିବାର ଆବଶ୍ୟକତା ନାହିାଁ ଯଦି ଦାମବାବୁ ଏହାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତାହେଲେ ସେ ନୂଆକରି ଇତିହାସ ଲେଖନ୍ତୁ ବୋଲି ଦେବାଶିଷ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଖୋର୍ଦ୍ଧାଠାରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତିା ଦାମଙ୍କ ଏହି ମନ୍ତବ୍ୟ ସାଧାରଣରେ ବିବାଦ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏ ସର୍ମ୍ପକରେ ମତ ରଖି ସହିଦ ଜୟୀ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଭାବେ ଉଲ୍ଲେଖ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାମଙ୍କ ଏହି ମନ୍ତବ୍ୟ ଉପରେ ବିଷେଦଗାର କରିଥିବା ବେଳେ ପୁରୀ ଗଜପତି ମହାରାଜ ମଧ୍ୟ ଏ ନେଇ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର