କୋରାପୁଟ: ଭକ୍ତିମୟ ପରିବେଶରେ ଶାବର ଶ୍ରୀକ୍ଷେତ୍ରରେ ଆଜି ଦେବସ୍ନାନ ପୂର୍ଣିମା ପାଳିତ ହୋଇଛି। ପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ଭକ୍ତଜନଙ୍କ ଗହଣରେ ସୁବାଷିତ ଜଳରେ ସ୍ନାନ କରିଛନ୍ତି। ଏହା ପରେ ଠାକୁର ଅସୁସ୍ଥ ହୋଇ ପଡିବାରୁ ଶ୍ରୀଜୀଉଙ୍କୁ ଅଣସର ଘରେ ରଖି ଗୁପ୍ତ ସେବା ଆରମ୍ଭ ହୋଇଛି।
କୋରାପୁଟ ଶାବର ଶ୍ରୀକ୍ଷେତ୍ର ଆଜି ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା। ପୂର୍ବାହ୍ନରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଜଗନ୍ନାଥ ମନ୍ଦିରରେ। ହଜାର ହଜାର ଶ୍ରଦ୍ଧାଳୁ ଶାବର ଶ୍ରୀକ୍ଷେତ୍ରରେ ପହଂଚି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ । ଏ ଭିତରେ ଠାକୁରଙ୍କ ବିଭିନ୍ନ ରୀତିକାନ୍ତି ଶେଷ ହେବା ପରେ ପୂର୍ବାହ୍ନ ୯ଟାରୁ ୯ଟା ୪୫ ମିନିଟରେ ପବିତ୍ର କୁଅରୁ ଜଳ ସଂଗ୍ରହ କରାଯାଇଥିଲା। ୯ଟା୫୦ରୁ ୧୧ଟା ୨୦ମଧ୍ୟରେ ଜତୁର୍ଦ୍ଧାମୂତ୍ତିକୁ ସ୍ନାନମଣ୍ଡପକୁ ପହଣ୍ଡି ବିଜେ କରାଯାଇଥିଲା। ମଧ୍ୟାହ୍ନ ୧୨ଟା୧୦ରୁ ୧ଟା ୪୦ ମଧ୍ୟରେ ଠାକୁରଙ୍କର ସ୍ନାନ ଓ ଗଜାନନ ବେଶ ସମାପନ ହୋଇଥିଲା। ଭକ୍ତଙ୍କ ଗହଣରେ ପହଣ୍ଡି ହୋଇ ଶ୍ରୀସୁଦର୍ଶନ, ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ରତ୍ନବେଦୀରୁ ସ୍ନାନବେଦୀକୁ ଆସିଥିଲେ। ସ୍ନାନ ମଣ୍ଡପରେ ୩ ଠାକୁରଙ୍କୁ ସୁବାଷିତ ଜଳରେ ସ୍ନାନ କରାଯିବା ପରେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/IMG_20220614_174322.jpg)