‘ସମ୍ବାଦ’ର ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ବର: ‘ସମ୍ବାଦ’ର ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆରମ୍ଭ ହୋଇଛି। ଭୁବନେଶ୍ବରର ଇଡକଲ୍ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଉଭୟ ବିତର୍କ ଓ ସାରେଗାମାରେ ୯ଟି ଜୋନରୁ ୨୭ ଜଣ ଲେଖାଏଁ ପ୍ରତିଯୋଗୀ ଯୋଗ ଦେଇଛନ୍ତି। ସମ୍ବାଦ ଗ୍ରୁପ୍ ଅଧକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।

‘ଗଣତନ୍ତ୍ର ଭାରତ ପାଇଁ ଉପଯୋଗୀ ନୁହେଁ’ ଶୀର୍ଷକରେ ବିତର୍କ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ବିଚାରପତି ଭାବରେ ଓଡ଼ିଶାର ଜଣାଶୁଣା ରାଜନୀତିବିଜ୍ଞାନ  ପ୍ରଫେସର ଶୁକଦେବ ନନ୍ଦ, ପ୍ରଫେସର ଅଭିରାମ ବିଶ୍ଵାଳ ଓ ପୂର୍ବତନ ସାଂସଦ ତଥା ରାଜନେତା ମହମେଘବାହାନ ଐରଖାରବେଳ ସ୍ୱାଇଁ ଯୋଗ ଦେଇଛନ୍ତି। ଚୌଧୁରୀ ଅମିତାଭ ଦାସ କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି।

 

ସମ୍ବନ୍ଧିତ ଖବର