ଦେବୀ ମିଶ୍ର ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

କଟକ : ପୂର୍ବତନ ମନ୍ତ୍ରୀ, ବଡମ୍ବା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ଏବେ ସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି। ହସ୍ପିଟାଲରେ ଭର୍ତ୍ତି ହେବା ସଂପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶ୍ରୀ ମିଶ୍ରଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର