ରଥାରୁଢ଼ ହେଲେ ଦେବୀ ସୁଭଦ୍ରା

ପୁରୀ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ଧାଡି ପହଣ୍ଡିରେ ହଳଦୀ ମୁହିଁ ଦେବୀ ସୁଭଦ୍ରା ଇତି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମାଆ ସୁଭଦ୍ରା ଦେବଦଳନ ରଥରେ ସ୍ଥାପନା କରିବା ପରେ ବଡଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ଅଣାଯାଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡଠାକୁର ଝୁଲି ଝୁଲି  ଆସିବାର ଦୃଶ୍ୟ ସତରେ ସମସ୍ତଙ୍କୁ ବିମୋହିତ କରିଛି । ତେବେ ବଡଭାଇ ବଡଦେବଙ୍କ ପରେ ପରେ ଗୁଣ୍ଡିଚା ଘରୁ ପହଣ୍ଡିରେ ବାହରିଛନ୍ତି ଦେବୀ ସୁଭଦ୍ରା । ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ।

ସମ୍ବନ୍ଧିତ ଖବର