ନୂଆମୋଡ଼ରେ ଦେବନାରାୟଣ ମୃତ୍ୟୁ ମାମଲା, ମାମଲା ସ୍ଥାନାନ୍ତର ପାଇଁ ନିବେଦନ

ମାଲକାନଗିରି : ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାକୁ ପୁଣି ନୂଆ ମୋଡ଼ ନେଇଛି। ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ରୁଜୁ ୱାନ୍‌ସିସି ମାମଲାକୁ ଅନ୍ୟ କୌଣସି କୋର୍ଟକୁ ସ୍ଥାନାନ୍ତର ନିମନ୍ତେ ନିବେଦନ କରାଯାଇଛି। ପତ୍ନୀ ବନଜା ପଣ୍ଡା ଏ ନେଇ ମାଲକାନଗିରି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ସାନି ଆବେଦନ କରିଛନ୍ତି। ସିଆରପିସି ଧାରା ୪୦୮ ଅନୁଯାୟୀ ଏହି ଟ୍ରାନ୍ସଫର ପିଟିସନ୍ (ନମ୍ବର ୧/୨୦୨୧) ଦାଖଲ କରାଯାଇଛି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ଶବ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହେବାପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ପୁଲିସ ଆତ୍ମହତ୍ୟା ବୋଲି ପ୍ରକାଶ କରି ତଦନ୍ତ ସେହି ଦିଗରେ ଆଗକୁ ନେଇଥିଲା। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୱାନ୍‌ସିସି ମାମଲା (ନମ୍ବର ୫/୨୦୨୧) ଦାଖଲ କରିଥିଲେ। ତେବେ କୋର୍ଟ ଏହି ଅଭିଯୋଗକୁ ସଂଜ୍ଞାନକୁ ନେବା ପାଇଁ କୌଣସି ରାୟ ପ୍ରକାଶ କରି ନଥିବାରୁ ବାଧ୍ୟ ହୋଇ ବନଜା ମାମଲାକୁ ତୁରନ୍ତ ଅନ୍ୟ କୌଣସି କୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ମାଲକାନଗିରି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର