ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି କ୍ରାଇମବ୍ରାଞ୍ଚ। ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ଜଣେ ଡିଏସ୍ପି ରୢାଙ୍କର ଅଧିକାରୀଙ୍କ ନେତୃ୍ତ୍ବରେ ଗତକାଲି ଗୋଟିଏ ଟିମ୍ ମାଲକାନଗିରି ପହଞ୍ଚିଥିଲା। ଦେବନାରାୟଣଙ୍କ ପରିବାରକୁ ଗତକାଲି ଦୀର୍ଘ ସମୟ ଧରି ପଚରାଉଚୁରା କରିଥିବାବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା କରିଥିବା ସୂଚନା ମିଳିଛି।
ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ପୁଣି ଦେବ ନାରାୟଣ ପଣ୍ଡାଙ୍କ ଘରେ ପହଞ୍ଚିଥିଲା। ପତ୍ନୀ ବନଜାଙ୍କ ସହ ପରିବାରର ଅନ୍ୟ ସଦସ୍ୟଙ୍କୁ ଘଟଣା ସଂପର୍କରେ ପଚାରିଥିଲା। ପରିବାର ଲୋକ କ’ଣ ସନ୍ଦେହ କରୁଛନ୍ତି, ସେହି ବିଷୟରେ ଅବଗତ କରାଇଥିଲେ। ସେହିପରି ଗତ ୧୩ମାସ ମଧ୍ୟରେ କ’ଣ ସବୁ ହୋଇଛି ଏବଂ ପରିବାର ଲୋକ କେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହା ଜଣାଇଥିଲେ। ଏପରିକି ପୂର୍ବରୁ ପୁଲିସକୁ ଯେଉଁ ୫୦ଟି ପ୍ରଶ୍ନ ପଚରାଯାଇଥିଲା, ସେହି ବିଷୟରେ ବି କ୍ରାମଇବ୍ରାଞ୍ଚକୁ ବୟାନ ଦେଇଥିଲେ। ସେହିପରି ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଅଧିକାରୀଙ୍କୁ ପଚାରିଥିବା ପ୍ରଶ୍ନ ଗୁଡ଼ିକୁ ମଧ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଏହାପରେ ପରିବାର ସଦସ୍ୟଙ୍କୁ ନେଇ ସତୀଗୁଡ଼ା ଡ୍ୟାମ୍ ନିକଟକୁ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍। ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ଉପସ୍ଥିତ ରହି କିଭଳି ଶବ ଉଦ୍ଧାର କରିଥିଲେ, ତାହାର ତଥ୍ୟ ଦେଇଥିଲେ। ତେବେ ଦୁଇ ଦିନ ମଧ୍ୟରେ ଦୁଇ ଥର ଜେରା ଏବଂ ପୂର୍ବରୁ କୌଣସି ସୂଚନା ନ ଦେଇ ଆଜି ସକାଳେ ହଠାତ୍ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିବା ବ୍ୟତିବ୍ୟସ୍ତ କରିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Deba-Narayan-Panda.jpg)