ପୁରୁଷୋତ୍ତମପୁର: ଋଣ ଭାର ଅସହ୍ୟ ହେବାରୁ ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଏକ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ଲଡ଼ୁକିଶୋର ମହାରଣା ଓ ପତ୍ନୀ ସଜନୀ ମହାରଣା। ଏହି ଦମ୍ପତିଙ୍କ ୩ ଝିଅ ବିବାହ କରି ସାରିଥିବା ବେଳେ ଏକମାତ୍ର ପୁଅ ଛତିଶଗଡ଼ରେ ରହି କାମ କରୁଛନ୍ତି। ଲଡ଼ୁକିଶୋର ଓ ସଜନୀ ଗାଁରେ ରହୁଥିବା ବେଳେ କିଛିଦିନ ତଳେ ୩ ଲକ୍ଷରୁ ଅଧିକ ଟଙ୍କା ଗ୍ରୁପ୍ ଋଣ ଆଣିଥିଲେ। କିନ୍ତୁ କିସ୍ତି ପରିଶୋଧ କରି ପାରୁ ନଥିବାରୁ ଗ୍ରୁପ୍ କର୍ମଚାରୀମାନେ ୨ ଦିନ ହେଲା ଆସି ସେମାନଙ୍କୁ ଧମକଚମକ ଦେଉଥିଲେ।
ଫଳରେ ଦମ୍ପତି ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେବା ସହ ଘର କବାଟ ଭିତରପଟୁ ବନ୍ଦ କରି ଦେଇଥିଲେ। ଆଜି ଅପରାହ୍ଣରେ କବାଟ ଭଙ୍ଗାଯିବା ପରେ ଦମ୍ପତିଙ୍କ ଶବ ଠାବ ହୋଇଥିଲା। ମଝିଆ ଝିଅ ରାନୁ ମହାରଣାଙ୍କ ଉପସ୍ଥିତିରେ ସେମାନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ରାନୁଙ୍କ ଏତଲା କ୍ରମେ କେସ୍ ନମ୍ବର ୭/୨୫ ଓ ୮/୨୫ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ରାଜେଶ କୁମାର ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/02/suicide.jpg)