ଋଣ ଜାଲିଆତି ମାମଲା: ବରୀକୁ ଲମ୍ବିଥିଲା ଚେର

‘ଆଧାର କାର୍ଡ ଦିଅ, ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ନିଅ’

ଋଣ ଜାଲିଆତି ମାମଲା: ବରୀକୁ ଲମ୍ବିଥିଲା ଚେର

ବରୀ : ଫୁଲବାଣୀ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟଶାଖାରେ ଋଣ ଜାଲିଆତି ମାମଲାରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରି କୋର୍ଟଚାଲାଣ କରିଛି। ଯାଜପୁର ସମେତ ୫ ଜିଲ୍ଲାର ମୋଟ ୮୫ ଜଣଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇ ୮କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ଉଠାଯାଇଥିଲା। ଏହି ବଡ଼ଧରଣର ଜାଲିଆତିର ଚେର ଯାଜପୁର ଜିଲ୍ଲାର ବରୀ ଅଞ୍ଚଳକୁ ମାଡ଼ିଥିଲା। ହେଲେ ଜାଲିଆତିରେ ସହଯୋଗ କରିଥିବା ବରୀ ବ୍ଲକ୍‌ ରମ୍ପା ଅଞ୍ଚଳର ଏହି ବ୍ୟକ୍ତିଙ୍କ ନିକଟରେ ଇଓଡବ୍ଲ୍ୟୁ ଏଯାଏ ପହଞ୍ଚି ପାରିନାହିଁ। ଏହି ବ୍ୟକ୍ତିଜଣକ ଭୁବନେଶ୍ବର କଳ୍ପନାସ୍ଥିତ ଏକ ସମବାୟ ସମିତିରେ ସଂପାଦକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ରମ୍ପା ପଞ୍ଚାୟତର କିଛି ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ୪୦ ରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ଆସିଥିଲା। ‘ଆଧାରକାର୍ଡ ଦିଅ, ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ନିଅ’ କହି ଏହି ବ୍ୟକ୍ତିଜଣକ ପ୍ରଲୋଭିତ କରିଥିଲେ। ଯେଉଁମାନେ ଅର୍ଥଲୋଭରେ ଆସିଥିଲେ, ସେମାନଙ୍କ ଆଧାରକାର୍ଡ, ପାନ୍‌କାର୍ଡ ସଂଗ୍ରହ କରାଯିବା ସହ ଏସ୍‌ବିଆଇ ଆକାଉଣ୍ଟକୁ ଫୁଲବାଣୀ ଶାଖାକୁ ଟ୍ରାନ୍ସଫର କରାଯାଇଥିଲା। ବରୀ ବ୍ଲକ୍‌ ରମ୍ପା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହେବେ ବୋଲି ଘୋଷଣା କରି ଏଭଳି ଜାଲିଆତିର ମଞ୍ଜି ବୁଣିଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, ଯେଉଁମାନେ ଲୋଭରେ ପଡ଼ି ଆକାଉଣ୍ଟ ଫୁଲବାଣୀ ଶାଖାକୁଳ ଟ୍ରାନ୍ସଫର କରିଥିଲେ ସେମାନଙ୍କ ନାମରେ ଲକ୍ଷଲକ୍ଷ ଟଙ୍କା ଋଣ କରାଯାଇଛି ଏବଂ ଋଣଗ୍ରହିତାଙ୍କ ଆକାଉଣ୍ଟରୁ ବିନା ଅନୁମତିରେ ଅନ୍ୟ ଆକାଉଣ୍ଟକୁ ଅର୍ଥ ପଠାଯାଇଛି। ଏହି ଜାଲିଆତି ନେଇ ଖୋଳତାଡ଼ ଆରମ୍ଭ ପରେ ସଂପୃକ୍ତ ବ୍ୟକ୍ତିଜଣକ ବରୀଠାରୁ ଦୂରେଇ ରହିଛନ୍ତି। ବରୀର ସାଧାରଣ ଲୋକ, କ୍ଷୁଦ୍ର ବ୍ୟବସାୟୀ, ବେକାର ଯୁବକଙ୍କୁ ଫସାଇଥିବା ଏହି ବ୍ୟକ୍ତିଙ୍କ ପାଖରେ ତଦନ୍ତକାରୀ ଦଳ କେବେ ପହଞ୍ଚିବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe